У нас вы можете посмотреть бесплатно ମହାପୁରୁଷ ଶ୍ରୀବୁଦ୍ଧନାଥ ଦାସଙ୍କ ସଂକ୍ଷିପ୍ତ ପରିଚୟ A brief life history of Mahapurush Shree Buddhanath Das или скачать в максимальном доступном качестве, которое было загружено на ютуб. Для скачивания выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу
страницы.
Спасибо за использование сервиса savevideohd.ru
ଆଦି ଅନ୍ତ ହୀନ ସକଳ ସୃଷ୍ଟିର ମୂଳାଧାର ପ୍ରଭୁ ଶ୍ରୀ ଜଗନ୍ନାଥ ।ସକଳ ଶକ୍ତିର ଉତ୍ସ ସିଏ । ସର୍ବ ଧର୍ମର ପ୍ରାଣବିନ୍ଦୁ ଚତୁର୍ଦ୍ଧା ମୂରତି । ତାଙ୍କରି କରୁଣାରେ ସୃଷ୍ଟି ହୋଇଥିବା ସକଳ ଧର୍ମ ଚେତନା ତାଙ୍କରି ଠାରେ ହିଁ ବିଲୟ ହୁଏ । ସେ ହିଁ ତ କେବଳ ଜଗତର ପ୍ରଭୁ ଶ୍ରୀ ଜଗନ୍ନାଥ । ଅନେକ ଆସି ଅନେକ ଯାଇଛନ୍ତି ସଭିଏଁ ଜଗନ୍ନାଥଙ୍କ ଭିତରେ ଦର୍ଶନ କରନ୍ତି ତାଙ୍କର ଇଷ୍ଟଙ୍କୁ ସେ ଶୈବ ହୁଅନ୍ତୁ କି ଶାକ୍ତ... ବୌଦ୍ଧ ହୁଅନ୍ତୁ କି ଜୈନ... ।ଏମିତି ଅନେକ ଆସି ସମସ୍ତେ ଲୀନ ହୋଇଯାଇଛନ୍ତି ସେଇ ଜଗତକରତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭିତରେ । ସିଏତ ସର୍ବଧର୍ମର ଉତ୍ପତ୍ତି । ତାଙ୍କୁବା କିଏଛାଡି ରହିପାରିବ ? ଗୋଟିଏ ଦୀପରୁ ଅନେକ ଦୀପ ପ୍ରଜ୍ଜଳିତ ହେଲାପରି ପରଂବ୍ରହ୍ମ ପ୍ରଭୁ ଜଗନ୍ନାଥ ଯୁଗେ ଯୁଗେ କ୍ଷେତ୍ରେ କ୍ଷେତ୍ରେ ଉଦ୍ଦୀପିତ ହୁଅନ୍ତି ପୂର୍ଣ ସ୍ବରୂପରେ । ଆଧାର ହୁଏ କର୍ମଯୋଗୀର ବୈଦିକ କର୍ମ, ଜ୍ଞାନଯୋଗୀର ଜ୍ଞାନ, ଭକ୍ତର ଅହେତୁକ ଭକ୍ତି । ଏହି ଭାବ, ଭାବବିନୋଦିଆ ଭକ୍ତବତ୍ସଳ ଭଗବାନଙ୍କୁ ଆକର୍ଷିତ କରିନିଏ କାଳେ କାଳେ । ଏହି ଭଳି ଜଣେ ଦିବ୍ୟ ପୁରୁଷ ଥିଲେ ପରମ କାରୁଣିକ ପରମ ପୂଜ୍ୟ ବାବା ଶ୍ରୀ ଶ୍ରୀ ବୁଦ୍ଧନାଥ ଦାସ । ଗୋବର୍ଦ୍ଧନ ପୀଠ ଗାରୋଇ ଆଶ୍ରମ ହେଉଛି ତାଙ୍କର ଆଧ୍ୟାତ୍ମିକ ସାଧନାର ପୁଣ୍ୟପୀଠ । ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀଜଗନ୍ନାଥ ଓ କ୍ଷେତ୍ର ପ୍ରତିଷ୍ଠାତା ବାବା ଶ୍ରୀ ଶ୍ରୀ ବୁଦ୍ଧନାଥ ଉଭୟ ଆଜି ସାରା ଭାରତ କାହିଁକି ଭାରତ ବାହାରେ ମଧ୍ୟ ମହିମାମଣ୍ଡିତ । ଅଧୁନା ଜଗତସିଂହପୁର ଜିଲ୍ଲାର ଏହି ସେହି ପବିତ୍ର ଭୂଇଁ । ଦେବୀନଦୀ ଯହିଁ ଉତ୍ତରବାହିନୀ ହୋଇ ପ୍ରକାଶ କରେ ଗଙ୍ଗାର ମହିମା । ପୂର୍ବମୁହିଁ ଦୁଇ ଶାଖାନଦୀ ଗୋବରୀ ଓ ବାଉଁଶଯୋଡି ବିସ୍ତାର କରନ୍ତି ପ୍ରାଚୀର ମହିମା ଓ ସଂଗମ କ୍ଷେତ୍ରର ପବିତ୍ରତା । ନଦୀ ତ୍ରୟର ତଟ ମଣ୍ଡନ କରି ଶଷ୍ୟଶ୍ୟାମଳା ପ୍ରକୃତିର ଲାବଣ୍ୟ ପରିବେଶ ମଧ୍ୟରେ ସମ୍ବନ୍ଧିତ ଦୁଇଟି ଗାଁ ତେଲସରା ଯିଏ ହେଉଛି ଜନ୍ମ ଭୂମି ଆଉ ଗାରୋଇ ଯାହା ହେଉଛି କର୍ମ ଭୂମି । ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦଙ୍କ ବିରଚିତ ତେରଜନ୍ମ ଶରଣ ଓ ପଦ୍ମକଳ୍ପ, ତଥା ସନ୍ଥ ଶ୍ରୀ ଅରକ୍ଷିତ ଦାସଙ୍କ ଭାବମଞ୍ଜୁଷାରେ ବର୍ଣ୍ଣିତ ଏ ତଥ୍ୟ । ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଯାହାଙ୍କୁ ସେ ଅଗାଢ଼ ଜ୍ଞାନର ଭଣ୍ଡାର ଦେଇଥଲେ ସେ ଥିଲେ ଶିଷ୍ୟ ରାମଦାସ । ଯେମିତି ଗୀତାରେ ଅର୍ଜୁନଙ୍କୁ ମହାନଜ୍ଞାନ ଦେଇଥିଲେ ଭଗବାନ ଶ୍ରୀ କୃଷ୍ଣ ।କହିଥିଲେ ଧର୍ମର ଗ୍ଲାନି ବେଳେ ସୋୟଂ ସେ ହିଁ ଅବତାର ନିଅନ୍ତି । ଠିକ୍ ସେହିଭଳି ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଆଜ୍ଞା ରେ ବିଧିନିର୍ଦ୍ଧିଷ୍ଠ ଥିଲା ଶିଷ୍ୟ ରାମଦାସଙ୍କର ତେରଜନ୍ମ । ଶିଷ୍ୟ ରାମଙ୍କ ସମ୍ପନ୍ନ ହୁଏ ତ୍ରୟୋଦଶ ଜନ୍ମ ।ସେଦିନ ଥିଲା ୧୯୪୦ ମସିହାର ପବିତ୍ର ବକୁଳଲାଗି ଅମାବାସ୍ୟା । ତେରଜନ୍ମର ଲୀଳା ସମ୍ପର୍ଣ୍ଣ ପାଇଁ ରାମଦାସଙ୍କର ଶୁଭ ଜନ୍ମଯୋଗ ତେଲସରାର ପବିତ୍ର ମାଟିରେ । ପିତା ଥିଲେ ନରହରି ଜେନା ଓ ମାତାଙ୍କ ନାମ ସୁନ୍ଦରୀ ଦେବୀ । ବୁଧବାରଦିନ ଜନ୍ମ ହୋଇଥିବା ମାତାପିତା ନାମ ଦେଇଥିଲେ ବୁଦ୍ଧିଆ । କାଳ ବକ୍ଷ ରେ ଚିର ଅମର ବୁଦ୍ଧିଆ ବାବା ।ବାବାଙ୍କୁ ଶବ୍ଦରେ ପରିଚିତ କଲାଭଳି ଧୃଷ୍ଟତା ଆମର ନାହିଁ । ସେ ଯୋଗଜନ୍ମା । କଳିରେ ପଥଭ୍ରଷ୍ଟ ମାନବର ପଥପ୍ରଦର୍ଶକ । ସୀମିତ ଶବ୍ଦ ପଂକ୍ତିର ଅନେକ ଉର୍ଦ୍ଧରେ ସିଏ । ତାଙ୍କୁ ଶବ୍ଦ ହୁଏତ ଠିକ୍ ଭାବରେ ପରିପ୍ରକାଶ କରି ପାରିବ ନାହିଁ । ଆମ ମତରେ ତାଙ୍କୁ କେବଳ ଅନୁଭବ କରାଯାଇ ପାରେ । ଯାହାର ଅନୁଭବ ଯେତିକି ନିବିଡ଼, ସେ ତାପାଇଁ ସେତିକି ଆପଣାର । ସେ ଗୁରୁ, ସେ- ଇଷ୍ଟ, ସେ ହିଁ ଈଶ୍ବର । ଯିଏ ତାଙ୍କୁ ଯେମିତି ଅନୁଭବ କରିବ । ସେ ତାକୁ ସେଇ ରୂପରେ ହିଁ ମିଳି ପାରିବେ । ତାଙ୍କୁ ବାନ୍ଧି ପାରିଲା ଭଳି ଶକ୍ତି ହୁଏତ ଆମର ନାହିଁ । ତେବେ ଏତିକି ଜାଣିଛୁ ସେ ଭକ୍ତର ଶ୍ରଦ୍ଧା, ଭକ୍ତି, ପ୍ରେମ ପ୍ରିତୀରେ ବନ୍ଧା...। ଯେତେବେଳେ ଓଡ଼ିଶାରେ ପଞ୍ଚଶଖାଙ୍କ ଅସ୍ଥିତ୍ୱ ଧୀରେ ଧୀରେ ଅଲୋଡ଼ା ହେବାକୁ ଯାଉଥାଏ ଗୁରୁଙ୍କ ଆଜ୍ଞା ପାଳନ କରି ଆରମ୍ଭ କରନ୍ତି ଯୁଗକର୍ମ । ଆଉ ଉଦ୍ଧାର କରନ୍ତି ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଅନେକ ଗ୍ରନ୍ଥ ସେଥିମଧ୍ୟରୁ 'ଶୁନ୍ୟ ତାମ୍ରପୋଥି' ଓ 'ଚକଡ଼ା ମଡ଼ାଣ' ଭଳି ଗ୍ରନ୍ଥର ସ୍ଥାନ ସର୍ବଦା ଉର୍ଦ୍ଧ୍ବରେ ।ସେ ଏତେସବୁ ଗୁଣର ଅଧିକାରୀ ହୋଇ ମଧ୍ୟ ନିଜକୁ ସଦା ସର୍ବଦା ଦାସାନୁ ଦାସ ବୋଲି କହିଛନ୍ତି । ତେବେ ଆସନ୍ତୁ ଜାଣିବା କିପରି ଥିଲା ତାଙ୍କର ଆଧ୍ୟାତ୍ମିକ ଯାତ୍ରା । ଆଉ କେମିତି ସେ ଜଣେ ଦଶନାମୀ ସନ୍ନ୍ୟାସୀ ରୁ ହୋଇଥିଲେ ଉତ୍କଳୀୟ ଗୌଡ଼ିଅ ବୈଷ୍ଣବ । କେମିତି ଥିଲା ତାଙ୍କର ଆଦର୍ଶ । ଆଉ ପରୋପକାର,ଜୀବେଦୟା ପୁଣି ପ୍ରକୃତିପ୍ରତି ପ୍ରେମ ଥିଲା ତାଙ୍କର ପ୍ରାଣ ଆଉ ପଣ । ଆଉ ଏସବୁ ଭିତରେ କେମିତି ସିଏ ପାଳନ କରିଥିଲେ ଗୁରୁଙ୍କ ଆଜ୍ଞା............ ପରିଶେଷରେ କହିବାକୁ ଗଲେ ସେ ଖାଲି ଜଣେ ମହାନ୍ ସନ୍ଥ ଥିଲେ ତାହା ନୁହେଁ । ସେ ଥିଲେ ଜଣେ ସମାଜ ସଂସ୍କାରକ, ତ୍ରିକାଳ ଦର୍ଶୀ, ଆଶୁକବି ଓ ଜଣେ ଉତ୍କଳର ମହାନ୍ ସନ୍ଥ । ଯିଏ ନିଜେ ନିଜକୁ କୁହନ୍ତି ।- ମୁଁ ଗୋଟିଏ ମାଙ୍କଡ ନଚା, ଧନୀ ଠାରୁ ଆଣି ଗରିବ ବଞ୍ଚା । ତାଙ୍କରି ଆଶିଷ ରୁ କେତେ କିଏ ଅବାଟରୁ ବାଟକୁ ଆସିଛନ୍ତି, ଏ ଅଞ୍ଚଳର କେତେ ପିଲା ଆଜି ଡାକ୍ତର, ବୈଜ୍ଞାନିକ ଓ ଇଂଜିନିୟର ହୋଇଛନ୍ତି । ତେଣୁ 'ବୁଦ୍ଧିଆ ବାବା' ଏ ଅଞ୍ଚଳ କାହିଁକି !! ତାଙ୍କର ଏଇ ମହାନତା ପାଇଁ ସାରା ବିଶ୍ବରେ ପରିଚିତ । ଅଲୌକକତାର ସୀମା ହିନ ସାଗର ଥିଲେ ସିଏ । ମୁଖରୁ ବାହାରି ଥିବା ପ୍ରତିଟି କଥା ସର୍ବଦା ସତ୍ୟ ହୋଇଥାଏ । ତେଣୁ ଆଜିବି ସେ ଚିର ପୂଜନୀୟ । ତାଙ୍କ ସହ ବିତାଇ ଥିବା ପ୍ରତିଟି ମୁହର୍ତ୍ତ ଅବର୍ଣ୍ଣନୀୟ ଯିଏ ନିଜେ ଅନୁଭବ କରିଛି ସିଏ ହିଁ ଜାଣିଛି ତାଙ୍କୁ । ସେ ଥିଲେ ପ୍ରେମ ଓ ଶ୍ରଦ୍ଧା ର ଅନ୍ୟନାମ।।- ବୁଦ୍ଧିଆ ବାବା special thanks to ପ୍ରାର୍ଥନା ଟିଭି 🙏🙏🙏 https://www.garoiashram.org Email: [email protected] if you wish to know more about Param Pujya Baba Shree Shree Buddhanath Das . you may visit the link below http://www.garoiashram.org/english/ba...