Русские видео

Сейчас в тренде

Иностранные видео


Скачать с ютуб ବାଂଲାଦେଶୀ ବସ୍ତିର ପର୍ଦ୍ଦାଫାଶ || largest Bangladeshi slum in BBSR || Dharma Rakshak || Dharmorakhyak в хорошем качестве

ବାଂଲାଦେଶୀ ବସ୍ତିର ପର୍ଦ୍ଦାଫାଶ || largest Bangladeshi slum in BBSR || Dharma Rakshak || Dharmorakhyak 1 месяц назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ବାଂଲାଦେଶୀ ବସ୍ତିର ପର୍ଦ୍ଦାଫାଶ || largest Bangladeshi slum in BBSR || Dharma Rakshak || Dharmorakhyak

Bangladeshi in Odisha links 👇    • ଓଡ଼ିଶାକୁ ସୁରକ୍ଷା ଦେଇ ପାରିବେ କି ନୂଆ ସର...      • ଓଡ଼ିଶାକୁ ସୁରକ୍ଷା ଦେଇ ପାରିବେ କି ନୂଆ ସର...      • ମେଦିନୀପୁର ଆଧାର କାର୍ଡ, ଓଡ଼ିଶାର ରାସନ କା...      • ଭଦ୍ରକ ଜିଲ୍ଲାପାଳଙ୍କୁ ଘେରିଲେ ହିନ୍ଦୁ ସଂଗ...   please visit us.... wwwmdharmorakhyak.com    / @dharmarakshak1993   https://www.facebook.com/profile.php?... https://www.instagram.com/dharmorakhy... https://x.com/DHARMORAKHYAK?t=skVP9IQ... ଭୁବନେଶ୍ୱର ରାମ ମନ୍ଦିର ଠାରୁ ରେଲୱେ ଷ୍ଟେସନ ଯାଏଁ ସମସ୍ତ ସରକାରୀ ଜମିକୁ ଗିଳିଦେଲେଣି ବାଂଲାଦେଶୀ। ମାଲଗୋଦାମ ବସ୍ତି, ମାଳି ସାହି ବସ୍ତି ଓ ମସଜିଦୀ ବସ୍ତିରେ ଭର୍ତ୍ତି ହୋଇ ରହିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ଜାଗାମିସନ୍ ନାଁ ରେ ହାତେଇଛନ୍ତି ଅନେକ ସରକାରୀ ଜାଗା। ସରକାରୀ କାର୍ଯ୍ୟାଳୟ ଏବଂ ହସ୍ପିଟାଲ ସାମନାକୁ ମାଡ଼ି ବସିଛନ୍ତି । ପ୍ରତିଦିନ ନୂଆ ନୂଆ ଘର ଗଢୁ ଛନ୍ତି ବାଂଲା ଅନୁ୍ପ୍ରବେଶକାରି । ଡ୍ରେନ୍ ଉପରେ ଘର କରି ଦେଲେଣି। ବର୍ଷେ ରହିଲେ ମିଳିଯାଉଛି ଆଧାର, ଭୋଟର କାର୍ଡ ଓ ରାସନ କାର୍ଡ । ଉଚ୍ଛେଦ ପାଇଁ ଭୟରେ ବିଏମ୍‌ସିର ହାତ ଯାଉନି । ସଂପୃକ୍ତ ଅଛନ୍ତି ବଡ଼ ବଡ଼ ନେତା, ମନ୍ତ୍ରୀ ଓ ମାଫିଆ । ଭୁବନେଶ୍ୱର, ରାଜଧାନିରେ ଗୋଟିଏ ବର୍ଗଫୁଟ ଜାଗା ମିଳିବା ମୁସ୍କିଲ। ଗରିବ ଲୋକ କଥା ଦୁରେ ଥାଉ, କୋଟିପତି ବି ରାଜଧାନୀରେ ଜାଗା ଖଣ୍ଡେ କିଣି ପାରୁନାହାନ୍ତି । ଏପଟେ କିନ୍ତୁ ବାଂଲା ଅନୁପ୍ରବେଶକାରି ଓ ରୋହିଙ୍ଗିଆ, ରାଜଧାନୀ ଛାତି ଉପରେ ସାମ୍ରାଜ୍ୟ ବିସ୍ତାର କଲେଣି। ରାଜଧାନୀର ପ୍ରତିଷ୍ଠିତ ଅଞ୍ଚଳ ଭାବେ ପରିଚିତ ଖାରବେଳନଗର ଅଞ୍ଚଳ ଏହାର ଅନ୍ୟତମ ଉଦାହରଣ। କିଛି ବର୍ଷ ମଧ୍ୟରେ ଏଠାରେ ଏକର ଏକର ଜାଗା କବ୍ଜା କରିନେଲେଣି ବାଂଲା ଅନୁପ୍ରବେଶକାରୀ । ଅନୁପ୍ରବେଶକାରୀ କେବଳ ଜବରଦଖଲ କରିଛନ୍ତି ତାହା ନୁହେଁ, ନିଜ ନାଁ ଭୋଟର ତାଲିକାରେ ବି ଚଢାଇଛନ୍ତି, ଆଧାରକାର୍ଡ ବି ବାହାର କରିଛନ୍ତି । ରାସନ କାର୍ଡ ମାଧ୍ୟମରେ ସମସ୍ତ ସରକାରୀ ସୁବିଧା ପାଉଛନ୍ତି । କେବଳ ଭୋଟ ବ୍ୟାଙ୍କ ନିଶାରେ ରାଜନେତା ମାନେ ଷଡ଼ଯନ୍ତ୍ର କରି ଏମାନଙ୍କୁ ସ୍ତାୟୀ ବାସିନ୍ଦା ଭାବେ ବନାଇଛନ୍ତି । ସବୁଠୁ ବଡ଼ କଥା ହେଲା, ଅନୁପ୍ରବେଶକାରିମାନେ ସରକାରୀ ଅଫିସ, ତହସିଲ ଅଫିସ, ହସ୍ପିଟାଲ, ଘରୋଇ ବାସଭବନ ଜାଗାକୁ କବଜ୍ଜା କରିନେଲେଣି। ଯାହା ଆଗକୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ । ବାଂଲା ଅନୁପ୍ରବେଶକାରୀ ରାଜଧାନୀରେ ପହଞ୍ଚୁଛନ୍ତି, ପ୍ରଥମେ କବାଡ଼ି ସାମଗ୍ରୀ ସଂଗ୍ରହ କିମ୍ବା ମୁଲିଆ କାମ କରୁଛନ୍ତି। ସରକାରୀ ଜାଗାକୁ କବ୍ଜା କରି, ଜରି ପାଲରେ କୁଡ଼ିଆ ତିଆରି କରୁଛନ୍ତି। ଧୀରେ ଧୀରେ ଏହି କୁଡ଼ିଆକୁ ଲାଗିଥିବା ଜାଗା କବ୍ଜାକୁ ନେଉଛନ୍ତି। ପରେ ସାଙ୍ଗସାଥୀଙ୍କୁ ଡାକି ବସତି ବିସ୍ତାର କରୁଛନ୍ତି। ୟୁନିଟ୍‌-୩ ଅଞ୍ଚଳରେ ହଜାର ହଜାର ବାଂଲଦେଶୀ ବସ୍ତି ଗଢ଼ି ତୋଳିଛନ୍ତି। ୨୦ ବର୍ଷ ତଳେ ଏହି ଜାଗା ଖାଲି ପଡ଼ିଥିଲା। ଏବେ ଜାଗା କ'ଣ, ରାସ୍ତା ବି ମିଳୁନି। ଡ୍ରେନ୍‌କୁ ବି ଛାଡ଼ୁ ନାହାଁନ୍ତି, ଡ୍ରେନ ଉପରେ ଘର କରୁଛନ୍ତି। ପାଖା ପାଖି ରହୁଥିବା ଓଡ଼ିଆ ପରିବାର ଗୁଡ଼ିକ ଏବେ ରାସ୍ତା କୁ ବାହାରି ପାରୁନାହାନ୍ତି। ଅଳିଆ ଜମି ରହୁଛି, ପୂରା ଅଞ୍ଚଳରେ ଆସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏହି ରାସ୍ତା ପାର କରି ମାଳିସାହି ଦେଇ ମାଷ୍ଟରକ୍ୟାଣ୍ଟିନ୍ ରସ୍ତା ପର୍ଯ୍ୟନ୍ତ ରାସ୍ତାରେ ଅଳିଆ ପାହାଡ଼ କରି ରଖିଛନ୍ତି। ସ୍ଥିତି ଏମିତି ଯେ ସାଧାରଣ ଲୋକେ ସେପଟେ ପ୍ରବେଶ କରି ପାରୁନାହାନ୍ତି । ଓଡ଼ିଶା ବନ ଉନ୍ନୟନ ନିଗମ ଅଫିସ୍ ଆଗରେ ଭଙ୍ଗା ଟ୍ରଲି ଗଦା ହୋଇଛି। ଅଫିସକୁ ଯିବା ପାଇଁ କର୍ମଚାରୀ, ଅଧିକାରୀ ନାକେଦମ। ନିଳାଚଳ ହସ୍ପିଟଲ ରାସ୍ତା ଉପରେ ବାଂଲାଦେଶୀ କବାଡିଆଙ୍କ କବ୍ଜା ଯୋଗୁଁ ଆମ୍ବୁଲାନ୍ସ ଆସିପାରୁନାହିଁ। ରୋଗୀ ଛଟପଟ ହେଉଛନ୍ତି । ପ୍ରତିବାଦ କଲେ ନାଲି ଆଖି ଦେଖାଇ ମାରିବାକୁ ଧମକ ଦିଆଯାଉଛି । ଭୋଟ ବ୍ୟାଙ୍କ ଆଳରେ ନେତାଙ୍କ ଛତ୍ରଛାୟା ତଳେ ଅନୁପ୍ରବେଶକାରୀଙ୍କ ଚେର ବହୁତ ଲମ୍ବା। ସରକାରୀ ଜମି, ରାସ୍ତା ସବୁ ଜବର ଦଖଲ କରିଲେ ବି କୌଣସି କର୍ଯ୍ୟନୁଷ୍ଠାନ ନିଆଯାଉ ନାହିଁ । ରାଜଧାନୀର ବର୍ଦ୍ଧିତ ଅପରାଧରେ ଏମାନଙ୍କ ଭୂମିକା ସବୁଠୁ ଅଧିକ । ବିଭିନ୍ନ ପ୍ରକାର ନିଶା କାରବାର ପେଣ୍ଠସ୍ଥଳ ପାଲଟିଛି ଏମାନଙ୍କ ବସ୍ତି। ପୁଲିସ ନିରବଦ୍ରଷ୍ଟା ସଳିଛି। ପ୍ରଶାସନ ଏମାନଙ୍କୁ ଉଚ୍ଛେଦ କରୁନାହିଁ । ଫଳରେ ନିରଙ୍କୁଶ ଭାବେ ରାସ୍ତା ଉପରେ ଘର ତୋଳୁଛନ୍ତି ବାଂଲାଦେଶୀ ମୁସଲମାନ । ବାଂଲାଦେଶୀ ଅନୁପ୍ରବେକାରୀଙ୍କ ଆଶ୍ରୟ ସ୍ଥଳ ହେଉଛି ଭୁବନେଶ୍ୱର ରେଳ ଷ୍ଟେସନ ପାଖରେ ଥିବା ମାଲଗୋଦାମ ବସ୍ତି , ମସଜିଦ ବସ୍ତି ଓ ମାଳିସାହି ବସ୍ତି । ଏହି ବସ୍ତି ଗୁଡ଼ିକ ଷ୍ଟେସନ ପାଖ ପାଖି ଥିବାରୁ ବାଂଲା ଅନୁପ୍ରବେଶକାରୀ ମାନେ ପ୍ରଥମେ ଟ୍ରେନ୍ ରୁ ଓହ୍ଲାଇ ଏହି ବସ୍ତି ଗୁଡିକରେ ଶରଣ ନିଅନ୍ତି । ପୂର୍ବରୁ ଥିବା ପରିବାର ଗୁଡ଼ିକ ଏମାନଙ୍କୁ ବନ୍ଧୁ ବାନ୍ଧବ କହି ଏମାନଙ୍କ ପାଇଁ ଆଧାର କାର୍ଡ କରାଇ ଦିଅନ୍ତି ତାପରେ ଭୋଟର କାର୍ଡ କିମ୍ବା ରାସନ କାର୍ଡ । ତାପରେ ଆରମ୍ଭ ହୁଏ ଡ୍ରଗସ୍ ସପ୍ଲାଏ , ଝିଅ ସପ୍ଲାଏ ଏବଂ ଚୋରି ଡକାୟତି ଭଳି ବିଭିନ୍ନ ବେଆଇନ କାର୍ଯ୍ୟ । ଖାରବେଳ ନଗର ଅଞ୍ଚଳ କିମ୍ବା ଷ୍ଟେସନ ପାଖରୁ ଚୋରି ହେଉଥିବା ମଟର ସାଇକେଲ ଗୁଡ଼ିକ ପଥମେ ଏହି ବସ୍ତି ଗୁଡିକୁ ଆସେ , ସେଠାରେ ଗାଡ଼ି ଗୁଡ଼ିକର ବିଭିନ୍ନ ପାର୍ଟ କୁ ଅଲଗା ଅଲଗା କରାଯାଏ ତାପରେ ସୁଲଭ ମୂଲ୍ୟରେ ଗାଡ଼ି ପାର୍ଟ୍ ଗୁଡିକୁ ବିକ୍ରୀ କରାଯାଏ । ଯାହା ଫଳରେ ଗାଡ଼ି ମାଲିକ କଥା ଛାଡ଼ନ୍ତୁ, ପୋଲିସ ବି ଟେର୍ ପାଏ ନାହିଁ କିନ୍ତୁ ଏହା ସମସ୍ତଙ୍କୁ ଜଣା ଭୁବନେଶ୍ଵର ରେ ଚୋରି ହେଉଥିବା ଗାଡ଼ି ଗୁଡ଼ିକ କୁଆଡେ ଯାଏ ତଥାପି ଭୟରେ ସମସ୍ତେ ଚୁପ୍ । ଭୁବନେଶ୍ବରରେ ନୂଆ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କୁ ଥଇଥାନ କଲା ପରେ ପୁରୁଣା ବାଂଲାଦେଶୀ ମାନେ ଚାଲି ଯାଆନ୍ତି କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ପରି ଅନ୍ୟ ମୁସଲମାନ ବହୁଳ ଜିଲ୍ଲା ଗୁଡ଼ିକୁ ଯେଉଁଠି ସେମାନେ ତାଙ୍କ ବଂଶ ବିସ୍ତାର କରିବା ସହ ନିଜ ଆଗାମୀ ଷଡ଼ଯନ୍ତ୍ରର ପୂର୍ବପ୍ରସ୍ତୁତି କରନ୍ତି । ଏହି ପରି ଭାବେ ଓଡ଼ିଶାରେ ବଢ଼ି ଚାଲିଛି ସେମାନଙ୍କ ପରମ୍ପରା । ବାଂଲାଦେଶୀ ଫେରି ବାଲା, କବାଡି ବାଲା ଆମ ଆଖିକୁ ଯେତିକି ସାମାନ୍ୟ ଲାଗୁଛନ୍ତି, ସେମାନେ ସେତିକି ସାମାନ୍ୟ ନୁହଁନ୍ତି ପରନ୍ତୁ ଆଗାମୀ ୨୫ ବର୍ଷ ଭିତରେ ଓଡ଼ିଶାରେ ଆତଙ୍କରାଜ କରିବାର ପାଇଁ, ଷଡ଼ଯନ୍ତ୍ର କାରୀଙ୍କ ହତିଆର ଏମାନେ । ବର୍ତ୍ତମାନ ଏହି ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ପାଇଁ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି । ଓଡିଶାରେ ବର୍ତ୍ତମାନ ସରକାର ପରିବର୍ତ୍ତନ ହୋଇଛି , ନୂଆ ସରକାର ଏଥିପ୍ରତି ଗୁରୁତ୍ଵ ଦେଲେ, ଓଡ଼ିଶାର ଭବିଷ୍ୟ ଏକ ଆତଙ୍କ ବଳୟ ମଧ୍ୟରୁ ମୁକ୍ତ ହୋଇପାରିବ ।

Comments