Русские видео

Сейчас в тренде

Иностранные видео


Скачать с ютуб CM kisan apply odisha || ଜଣାନ୍ତୁ କେଉଁ ମାନେ ପାଇବେ ଏବଂ କେତେ ଟଙ୍କା ପାଇବେ | registration process в хорошем качестве

CM kisan apply odisha || ଜଣାନ୍ତୁ କେଉଁ ମାନେ ପାଇବେ ଏବଂ କେତେ ଟଙ୍କା ପାଇବେ | registration process 1 месяц назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



CM kisan apply odisha || ଜଣାନ୍ତୁ କେଉଁ ମାନେ ପାଇବେ ଏବଂ କେତେ ଟଙ୍କା ପାଇବେ | registration process

portal link https://cmkisan.odisha.gov.in/index.html krushak odisha registration    • KRUSHAK ODISHA CORRECT REGISTRATION |...   ସିଏମ୍ କିଷାନ ପୋର୍ଟାଲ ଉଭୟ ସିଏମ୍ କିଷାନ ଓ ପିଏମ୍ କିଷାନ ଯୋଜନା ନିୟମାବଳୀ ଅନୁଯାୟୀ ଯୋଗ୍ୟ କୃଷକମାନଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଏକକ ମାଧ୍ୟମ | ଏହି ପୋର୍ଟାଲରେ ଗ୍ରାମାଞ୍ଚଳର କ୍ଷୁଦ୍ର, ନାମମାତ୍ର କୃଷକ ଓ ଭୂମିହୀନ କୃଷି ପରିବାର ସିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଆବେଦନ କରିପାରିବେ | ସେହିପରି, ଏହି ପୋର୍ଟାଲରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ତ ବର୍ଗର ଯୋଗ୍ୟ ଚାଷଜମି ଥିବା କୃଷକ ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଆବେଦନ କରିପାରିବେ | ରାଜ୍ୟରେ କୃଷି ଓ କୃଷକର ଉନ୍ନତି ସାଧନ ନିମିତ୍ତ ସରକାର ସଦାତତ୍ପର ରହିଛନ୍ତି I କାରଣ କୃଷି ରାଜ୍ୟର ଅଧିକାଂଶ ପରିବାରର ସାମାଜିକ ଓ ଆର୍ଥିକ ପ୍ରଗତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ଏବଂ ରାଜ୍ୟର ୬୦ ଭାଗ ଜନସାଧାରଣ ସେମାନଙ୍କ ଜୀବିକା ନିର୍ବାହ ପାଇଁ କୃଷି ଉପରେ ନିର୍ଭରଶୀଳ | ସେମାନଙ୍କ ମଧ୍ୟରୁ ଅଧିକାଂଶ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଉଁମାନେ କୃଷିକୁ ନିଜର ଜୀବିକା ଭାବରେ ଗ୍ରହଣ କରିଥାନ୍ତି | ଏହା ବ୍ୟତୀତ ଏକ ମୁଖ୍ୟ ଭାଗ ଭାବେ ଭୂମିହୀନ କୃଷି ପରିବାର କୃଷି କାର୍ଯ୍ୟରେ ନିୟୋଜିତ ହୋଇ ଦିନ ମଜୁରୀ ସହାୟତାରେ ପରିବାର ପ୍ରତିପୋଷଣ କରନ୍ତି | ଏମାନେ ସର୍ବଦା ଆର୍ଥିକ ଅନଟନର ସମ୍ମୁଖୀନ ହୋଇ ଜୀବନ ନିର୍ବାହ କରନ୍ତି | ଏ ସମସ୍ତ ଅଭାବୀ ଚାଷୀକୁଳକୁ କିଛିଟା ଆର୍ଥିକ ସ୍ୱାବଲମ୍ବୀ କରିବାପାଇଁ ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ଏହି କୃଷକ କଲ୍ୟାଣକାରୀ ଯୋଜନା ସି ଏମ କିଷାନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଯାହା ଏକ ପ୍ରଗତିଶୀଳ ତଥା କୃଷକମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଭଳି ଯୋଜନା | ଏହା ଦ୍ୱାରା ରାଜ୍ୟର ଶତକଡା ୯୨ ଭାଗ କ୍ଷୁଦ୍ର, ନାମମାତ୍ର ଚାଷୀ , ଋଣୀ, ଅଣ ଋଣୀ ଚାଷୀ ଓ ଭୂମିହୀନ କୃଷି ପରିବାର ଉପକୃତ ହୋଇ ପାରିବେ | ସିଏମ୍ କିଷାନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟ ଉପାଦାନ ଚାଷ ପାଇଁ ଚାଷୀଙ୍କୁ ସହାୟତା ଏହି ଉପାଦାନ ଅଧୀନରେ ରାଜ୍ୟର ସମସ୍ତ ଯୋଗ୍ୟ ବିବେଚିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ ନିମନ୍ତେ ପ୍ରତ୍ୟେକ ଫସଲ ଋତୁପାଇଁ ୨୦୦୦ ଟଙ୍କା ହିସାବରେ ବାର୍ଷିକ ୪୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି I ଏହି ସହାୟତା ରାଶି ବିନିଯୋଗ କରି ଚାଷୀ ନିଜର ମନମୁତାବକ ଚାଷ ସାମଗ୍ରୀ, ଯଥା ବିହନ, ସାର, କୀଟନାଶକ କ୍ରୟ କରିବା ସହିତ ଚାଷ କାର୍ଯ୍ୟରେ ଦରକାର ହେଉଥିବା ଶ୍ରମିକ ମଜୁରୀ ଓ ଅନ୍ୟାନ୍ୟ ଚାଷ ଖର୍ଚ୍ଚ ଭରଣା କରିପାରିବେ | ଭୂମିହୀନ କୃଷି ପରିବାରଙ୍କ ପାଇଁ ଜୀବନ ଜୀବିକା ସହାୟତା ଏକାକୀ ଶ୍ରମିକ ମଜୁରୀ ଆୟ ଯଥେଷ୍ଟ ନ ଥିବାରୁ ଗ୍ରାମାଞ୍ଚଳରେ ଭୂମିହୀନ ଚାଷୀ ପରିବାରଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଆନୁଷଙ୍ଗିକ କୃଷି କାର୍ଯ୍ୟକ୍ରମ ଯଥା ପଶୁପାଳନ, ମତ୍ସ୍ୟଚାଷ ଓ ଉଦ୍ୟାନକୃଷି ବୃତ୍ତି ସେମାନଙ୍କର ଆର୍ଥିକ ଉନ୍ନତି ଓ ଉନ୍ନତ ଜୀବନ ଧାରଣରେ ବିଶେଷ ଗୁରୁତ୍ୱ ବହନ କରେ ଓ ସହାୟକ ହୋଇ ପାରିଥାଏ I ଏହି କାର୍ଯ୍ୟକ୍ରମ ଗୁଡ଼ିକ ହେଲା କ୍ଷୁଦ୍ର ଛେଳି ଚାଷ ୟୁନିଟ କ୍ଷୁଦ୍ର ଅଣ୍ଡା ଦିଆ କୁକୁଡ଼ା ୟୁନିଟ ଦ୍ଵିମୁଖୀ ସ୍ୱଳ୍ପ ସାମଗ୍ରୀ ବୈଷୟିକ ପକ୍ଷୀ ୟୁନିଟ ବତକ ୟୁନିଟ ମତ୍ସ୍ୟଜୀବିଙ୍କୁ ମତ୍ସ୍ୟ ଉପକରଣ ଯୋଗାଣ ଛତୁ ଚାଷ ମହୁ ଚାଷ ଗୋପାଳନ ଟସର ଚାଷ ଏହି ଉପାଦାନରେ ପ୍ରତ୍ୟେକ ଯୋଗ୍ୟ ଭୂମିହୀନ କୃଷି ପରିବାର ନିଜ ପସନ୍ଦର ଯେ କୌଣସି ଗୋଟିଏ ଜୀବନ ଜୀବିକା କାର୍ଯ୍ୟକ୍ରମ ସ୍ଥିର କରିବାର ସୁଯୋଗ ରହିଛି I ପ୍ରତ୍ୟେକ ପରିବାର ନିମନ୍ତେ ଯେ କୌଣସି ବୃତ୍ତି ଆପଣାଇବା ପାଇଁ ଏକକ ଖର୍ଚ୍ଚ ଅଟକଳ ୧୨ ହଜାର ୫୦୦ ଟଙ୍କା ସମୁଦାୟ ତିନୋଟି କିସ୍ତିରେ ଯଥା ୫୦୦୦ ଟଙ୍କା, ୫୦୦୦ ଟଙ୍କା ଓ ଶେଷ କିସ୍ତିରେ ୨୫୦୦ ଟଙ୍କା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି I କୃଷି ବିଦ୍ୟାନିଧି ଯୋଜନା ସିଏମ୍ କିଷାନ ଯୋଜନା ହିତାଧିକାରୀଙ୍କ ପିଲାମାନଙ୍କ ଶିକ୍ଷାର ପ୍ରଗତି ପାଇଁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ବୃତ୍ତିଗତ ତଥା ବୈଷୟିକ ଶିକ୍ଷା ଗ୍ରହଣ ନିମନ୍ତେ 'କୃଷି ବିଦ୍ୟାନିଧି ଯୋଜନା' କାର୍ଯ୍ୟକାରୀ କରାଯାଉଛି । ଏହାଦ୍ଵାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷି ପରିବାରଙ୍କର ମେଧାବୀ ଛାତ୍ର/ଛାତ୍ରୀ ମାନେ ଉଚ୍ଚଶିକ୍ଷI ନିମନ୍ତେ ପ୍ରୋତ୍ସାହିତ ହେବେ । ଚାଷୀ ପରିବାରର ଭବିଷ୍ୟତ ସେମାନଙ୍କ ପିଲାମାନଙ୍କର ବିକାଶ ଉପରେ ନିର୍ଭର କରୁଥିବାରୁ 'କୃଷି ବିଦ୍ୟାନିଧି ଯୋଜନା' ସେମାନଙ୍କ ପରିବାରର ସାମାଜିକ ଓ ଆର୍ଥିକ ପ୍ରଗତିରେ ସହାୟକ ହେବ ।

Comments